୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜଧାନୀରେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗତକାଲି ଏୟାରଫିଲଡ୍ ଥାନା ପାଞ୍ଚ ଗାଁ ଗୋଠ ସାହିର ଜଣେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ କେଉଁଆଡେ ଫେରାର ହୋଇଯାଇଥିଲା ସନ୍ତୋଷ । ତାର ସହଯୋଗୀକୁ ଅଟକ ରଖି ଜେରା କରିଥିଲା ପୋଲିସ । ତେବେ ପୀଡିତାର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏବେ କ୍ୟାପିଟାଲ ହାସପାତାଳରେ ଚାଲିଛି ଚିକିତ୍ସା । ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ଶେଷ ହେବାର ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସରକାରୀ ଓ ଘରୋଇ ହାସପାତାଳକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ ଡାକ୍ତର। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ସବୁ ସରକାରୀ ଓ ଘରୋଇ ହାସପାତାଳ ପାଇଁ ଲାଗୁ ହେବ ଏହି ନିୟମ। ବିଜ୍ଞପ୍ତି ଅନୁସାରେ ଡାକ୍ତରୀ ମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ନେବା ଆବଶ୍ୟକ।ଯଦି ପୀଡ଼ିତା ନାବାଳିକା ହୋଇଥିବେ ତେବେ ନେବାକୁ ପଡିବ ପିତାମାତାଙ୍କ ସ୍ୱୀକୃତି ।
What's Your Reaction?






