ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ପାଇଁ ଓଡିଶାରେ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥର ରଥଯାତ୍ରା ୨ ଦିନ ହେଉଥିବାରୁ ଏହାକୁ ଦୃଷ୍ଠିରେ ରଖି ୭ ଏବଂ ୮ ତାରିଖ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ ସମେତ ସ୍କୁଲ ଓ କଲେଜ।ମଙ୍ଗଳବାର ପୁରୀରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଅନ୍ୟପଟେ, ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା କିଭଳି ସଂପନ୍ନ ହେବ ସେ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ଦେଇଛନ୍ତି ସ୍ବତନ୍ତ୍ର ନିର୍ଦ୍ଦେଶ ।
What's Your Reaction?






