ନୂଆ ଟିକସ ବୃଦ୍ଧି ନେଇ କେନିଆରେ ବ୍ୟାପକ ଅସନ୍ତୋଷ

Jul 2, 2024 - 13:59
 0  4
ନୂଆ ଟିକସ ବୃଦ୍ଧି ନେଇ କେନିଆରେ ବ୍ୟାପକ ଅସନ୍ତୋଷ

କେନିଆରେ ଦେଖିବାକୁ ମିଳିଛି ସରକାର ବିରୋଧୀ ବିକ୍ଷୋଭର ଭୟଙ୍କର ପରିଣାମ,ଯେଉଁଥିରେ ଅତି କମରେ ୩୯ ଜଣଙ୍କର ହୋଇଛି ମୃତ୍ୟୁ ।ମୁଖ୍ୟତଃ ଯୁବପିଢ଼ିଙ୍କ ନେତୃତ୍ୱରେ ଏହି ନୂଆ ଟିକସ ବୃଦ୍ଧି ବିରୋଧୀ ରାଲି ପ୍ରଥମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଭାବରେ ହୋଇଥିଲା ଆରମ୍ଭ । କିନ୍ତୁ ପରେ ଏହା ହିଂସାତ୍ମକ ସଂଘର୍ଷରେ ହୋଇଛି ପରିଣତ ।କେନିଆ ନ୍ୟାଶନାଲ କମିଶନ ଅଫ ମାନବିକ ଅଧିକାର ରେକର୍ଡ ଅନୁଯାୟୀ, କେନିଆରେ ଦେଶବ୍ୟାପୀ ଟିକସ ଆଇନ ପ୍ରତିବାଦରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬୧ ଜଣ ହୋଇଛନ୍ତି ଆହତ । ଏହା ବ୍ୟତୀତ ରୁଜୁ ହୋଇଛି  ୩୨ଟି ନିଖୋଜ ମାମଲା। ସେହିପରି ୬୨୭ ବିକ୍ଷୋଭକାରୀଙ୍କୁ ମଧ୍ୟ କରାଯାଇଛି ଗିରଫ ।ସରକାରଙ୍କ ଦ୍ୱାରା ନୂତନ ଟିକସ ଲାଗୁ ହେତୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନିଆବାସୀ । 

What's Your Reaction?

like

dislike

love

funny

angry

sad

wow