ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମ୍ସ?

Jun 29, 2024 - 15:44
 0  9
ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମ୍ସ?

ମହାକାଶରୁ କେବେ ଫେରିବେ ସୁନିତା ୱିଲିୟମସ ଏବଂ ତାଙ୍କର ସହଯୋଗୀ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବାରୁ ପୃଥିବୀକୁ ଫେରି ପାରୁନାହାନ୍ତି ସୁନିତା ୱିଲିୟମସ । ଜୁନ୍ ୨୬ ତାରିଖରେ ସୁନିତା ପୃଥିବୀପୃଷ୍ଠକୁ ଫେରିବାର ଥିଲା । ନାସାର ଦୁଇ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ୱିଲ୍ମୋଙ୍କ ସହ ମୋଟ୍ ସାତ ଜଣ ଏବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ଫସି ରହିଛନ୍ତି ।ପୃଥିବୀକୁ କୌଣସି ନିର୍ଦ୍ଦିଷ୍ଟ ପ୍ରତ୍ୟାବର୍ତ୍ତନ ତାରିଖ ନାହିଁ । ବୋଇଂର ଷ୍ଟାରଲାଇନର ମହାକାଶଯାନରେ ବିଭିନ୍ନ ଯାନ୍ତ୍ରିକ ସମସ୍ୟା କାରଣରୁ ସେମାନଙ୍କ ଫେରିବାକୁ ଅନେକ ଥର ରଖାଯାଇଛି ସ୍ଥଗିତ । ଉଭୟ ନାସା ଏବଂ ବୋଇଂ ଆଶ୍ୱାସନା ଦେଇଛନ୍ତି ଯେ, ଅଗଷ୍ଟ ଅଧା ପର୍ଯ୍ୟନ୍ତ ଆଇଏସଏସରେ କର୍ମଚାରୀମାନେ ଅଛନ୍ତି ସୁରକ୍ଷିତ  । ଅଭିଯାନରେ ସାହାଯ୍ୟ କରୁଛି ଷ୍ଟେସନ । ଏବେ ଏମାନେ ଫେରିବାର କୌଣସି ନୂଆ ତାରିଖ ନାସା ପକ୍ଷରୁ ପ୍ରକାଶ କରାଯାଇନାହିଁ । ସୂଚନା ଅନୁଯାୟୀ, ଷ୍ଟାରଲାଇନର ମହାକାଶଯାନରେ ୫ଟି ହିଲିୟମ ଲିକ୍ ଚିହ୍ନଟ ହେବା ପରେ ଏବଂ ଏହାର ୨୮ଟି ଥ୍ରଷ୍ଟର ମଧ୍ୟରୁ ୫ଟି ସମସ୍ୟାର ସମ୍ମୁଖୀନ ହୋଇଛି । ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଅତି କମରେ ୧୪ଟି ଥ୍ରଷ୍ଟର ର ରହିଛି ଆବଶ୍ୟକତା  ।

What's Your Reaction?

like

dislike

love

funny

angry

sad

wow