ପାକିସ୍ତାନକୁ ଝଟ୍କା ଦେଲେ ଚାଇନା ଏବଂ ସାଉଦି ଆରବ
ପୁଣି ଦାରିଦ୍ର୍ୟର ସମ୍ମୁଖୀନ ହୋଇଛି କରଜ ଜାଲରେ ପଡ଼ିଥିବା ପାକିସ୍ତାନ। ପାକିସ୍ତାନକୁ ଝଟ୍କା ଦେଇଛି ତାର ବନ୍ଧୁ ଚାଇନା ଏବଂ ସାଉଦି ଆରବ। ବର୍ତ୍ତମାନ ଉଭୟ ଦେଶ ପାକିସ୍ତାନରେ ନିବେଶରୁ ଓହରିଯିବାକୁ ନିଷ୍ପତ୍ତି ନେଇ ବନ୍ଦ୍ କରିଦେଇଛନ୍ତି ପାଣ୍ଠି ।ପାକିସ୍ତାନରେ ଅର୍ଥନୈତିକ ଅବନତିର ସମୟ ଚାଲିଥିବାରୁ ପରିସ୍ଥିତି ଦେଖି ବିଦେଶୀ ନିବେଶକମାନେ ମଧ୍ୟ ମୁହଁ ଫେରାଇ ନେଇଛନ୍ତି। ୧.୮୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ବନ୍ଦ କରିଦେଇଛନ୍ତି ଚାଇନା ଏବଂ ସାଉଦି। ଏ ସମ୍ପର୍କରେ ଗତ ବର୍ଷ ନିଜେ ଚାଇନା ପାକିସ୍ତାନରେ ୧.୪୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ବିନିଯୋଗ ବିଷୟରେ କହିଥିଲେ, କିନ୍ତୁ ବର୍ତ୍ତମାନ ମନା କରିଦେଇଛି ଚାଇନା। ଏହା ପଛର କାରଣ ପାକିସ୍ତାନରେ ସୁରକ୍ଷା ଅଭାବ ବୋଲି କୁହାଯାଉଛି। ପାକିସ୍ତାନରେ ଚାଇନାର ଅନେକ ପ୍ରକଳ୍ପ ଚାଲିଛି। ଚାଇନାର ଇଞ୍ଜିନିୟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇଛି, କିନ୍ତୁ ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ସକ୍ଷମ ନୁହେଁ ପାକିସ୍ତାନ। ଏଥି ସହିତ ସାଉଦି ଆରବ ସହ ପାକିସ୍ତାନର ସମ୍ପର୍କ ମଧ୍ୟ ଖରାପ ହେବାରେ ଲାଗିଛି। ଯେତେବେଳେ ଶେହବାଜ୍ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ତାଙ୍କର ପ୍ରଥମ ଗସ୍ତ ସାଉଦି ଆରବ ଗସ୍ତ ହୋଇଥିଲା। ସାଉଦି ପୂର୍ବରୁ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶୃତି ଦେଇଥିଲା, କିନ୍ତୁ ପରେ ଏହା ୪୦ହଜାର କୋଟି ଟଙ୍କାକୁ ଖସି ଆସିଥିଲା। ବର୍ତ୍ତମାନ ଏହି ବିନିଯୋଗ ମଧ୍ୟ ହୋଇଯାଇଛି ବନ୍ଦ।
What's Your Reaction?