ଦୁବାଇ ଦେଇ ପାକିସ୍ତାନକୁ ସିମ୍ କାର୍ଡ! ଗୁପ୍ତଚର ଲିଙ୍କ୍ରେ ଦମ୍ପତି ଧରା
ପାକିସ୍ତାନୀ ଗୁପ୍ତଚର ନେଟୱାର୍କ ସହ ଲିଙ୍କ୍ ଅଭିଯୋଗରେ ଦିଲ୍ଲୀରୁ ଦମ୍ପତି ଗିରଫ । ଅଭିଯୁକ୍ତ ମହମ୍ମଦ ସାହିଲ ଓ ତାଙ୍କ ପତ୍ନୀ ସମୀରା ୨୦୨୪ ମସିହାରୁ ସୋସିଆଲ ମିଡିଆ ଜରିଆରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ପୋଲିସ ଅଭିଯୋଗ କରିଛି ।
ପାକିସ୍ତାନୀ ଗୁପ୍ତଚର ନେଟୱାର୍କ ସହ ଲିଙ୍କ୍ ଅଭିଯୋଗରେ ଦିଲ୍ଲୀରୁ ଦମ୍ପତି ଗିରଫ । ଅଭିଯୁକ୍ତ ମହମ୍ମଦ ସାହିଲ ଓ ତାଙ୍କ ପତ୍ନୀ ସମୀରା ୨୦୨୪ ମସିହାରୁ ସୋସିଆଲ ମିଡିଆ ଜରିଆରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିବା ପୋଲିସ ଅଭିଯୋଗ କରିଛି । ସୂଚନା ଅନୁସାରେ, ୨୦୨୪ରୁ ୨୦୨୫ ମଧ୍ୟରେ ଦମ୍ପତି ଦୁବାଇ ଦେଇ ପାକିସ୍ତାନକୁ ୮ଟି ଭାରତୀୟ ସିମ୍ କାର୍ଡ ପଠାଇଥିବା ଅଭିଯୋଗ ରହିଛି । ଏଥିପାଇଁ ସେମାନେ ପ୍ରାୟ ୩୦ ହଜାର ଟଙ୍କା ପାଇଥିବା ସୂଚନା ମିଳିଛି ।
ପୋଲିସର ସନ୍ଦେହ ଅନୁସାରେ, ଏହି ସିମ୍ କାର୍ଡଗୁଡ଼ିକୁ ମେସେଜିଂ ଆକାଉଣ୍ଟ ଚଳାଇବା ସହ ଭାରତରେ ଥିବା କିଛି ଲୋକଙ୍କ ସହ ଯୋଗାଯୋଗ କରି ସମ୍ବେଦନଶୀଳ ସୂଚନା ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି ।
ଆସାମରେ ବି ଗୁପ୍ତଚର ଲିଙ୍କ୍ ଅଭିଯୋଗ
ଏହି ଘଟଣାରୁ ଭିନ୍ନ ଏକ ମାମଲାରେ ଆସାମର ହାଇଲାକାଣ୍ଡି ଜିଲ୍ଲାରୁ ଜଣେ ୨୧ ବର୍ଷୀୟ ଯୁବକ ଗିରଫ ହୋଇଛନ୍ତି । ପାକିସ୍ତାନ ସ୍ଥିତ ଶାହଜାଦ ଭାଟି ନେଟୱାର୍କ, ଅର୍ଥାତ୍ SBN ସହ ସମ୍ପର୍କ ଥିବା ଅଭିଯୋଗରେ ଆସାମ ପୋଲିସର ସ୍ପେଶାଲ ଟାସ୍କଫୋର୍ସ ଓ ହାଇଲାକାଣ୍ଡି ପୋଲିସର ମିଳିତ ଅଭିଯାନରେ ରାମନାଥପୁର ଅଞ୍ଚଳରୁ ଫଜଲ ଇସଲାମ ବାରଭୁଇୟାନଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଜୁଲାଇ ୨୫ ତାରିଖରେ ମଧ୍ୟ ଆସାମ STF ତିନି ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ମୋବାଇଲ ଫୋନ୍, ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିବା ପୋଲିସ କହିଛି ।
What's Your Reaction?