ପୁଣି ଭେନେଜୁଏଲାକୁ ଚେତାବନୀ ଦେଲେ ଟ୍ରମ୍ପ

Jan 5, 2026 - 18:57
 0  2
ପୁଣି ଭେନେଜୁଏଲାକୁ ଚେତାବନୀ ଦେଲେ ଟ୍ରମ୍ପ

ଭେନେଜୁଏଲା ପରେ ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି ଇରାନ୍ । ଗୋଟିଏ ପଟେ ଦେଶରେ ଜନତାଙ୍କ ଆକ୍ରୋଶ ବଢୁଥିବାବେଳେ ଅନ୍ୟପଟେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାକୁ ନେଇ   ଏବେ ଚିନ୍ତାରେ ଇରାନ ସରକାର।  ଏଥି ସହିତ ଚର୍ଚ୍ଚା ବଢାଇଛି ବ୍ରିଟିଶ ଗଣମାଧ୍ୟମର ଚାଞ୍ଚଲ୍ୟକର ତଥ୍ୟ ଯାହା ଦର୍ଶାଉଛି ଯେ  ଦେଶ ଛାଡ଼ି ପଳାଇବାକୁ ଯୋଜନା କରୁଛନ୍ତି  ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି।  ଶୁଣିବାକୁ ମିଳିଛି ଯେ ସେ ରୁଷିଆ କୁ ପଳାଇବା ପାଇଁ  ଚଳାଇଛନ୍ତି  ପ୍ରସ୍ତୁତି। ରିପୋର୍ଟ ଅନୁଯାୟୀ ଖାମନେଇଙ୍କ ଏହିଟି ବିକଳ୍ପ ଯୋଜନା 'ଖ' ଯାହା ମାଧ୍ୟମରେ ୮୬ ବର୍ଷୀୟ ଖାମେନି ତାଙ୍କ ପରିବାର ଏବଂ ସହଯୋଗୀଙ୍କ ସହ ପାଖାପାଖି ୨୦ ଜଣଙ୍କୁ ସୁରକ୍ଷିତ ଭାବରେ ନେଇ ଯିବାକୁ କରୁଛନ୍ତି  ବ୍ୟବସ୍ଥା। ଶୁଣାଯାଏ ଯେ ଏହି ଯୋଜନାରେ ଖାମେନିଙ୍କ ବିଶାଳ ସମ୍ପତ୍ତିର ସାମ୍ରାଜ୍ୟ ବି ବାହାରକୁ ନେଇ ଯିବାର ଅଛି ପରିକଳ୍ପନା।

What's Your Reaction?

like

dislike

love

funny

angry

sad

wow