ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌

Jul 19, 2024 - 13:25
 0  1
ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ୍‌

ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା  ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ  ଜୋ ବାଇଡେନ୍‌ ।ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ପଦ ଦୌଡ଼ରୁ ଓହରି ଯାଇପାରନ୍ତି   ବାଇଡେନ୍‌। କାରଣ ସେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ପଦରୁ ଇସ୍ତଫା ଦେବାକୁ ହୋଇଛନ୍ତି ରାଜି । ସେ ତାଙ୍କ ଉତ୍ତରାଧିକାରୀ ଭାବରେ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ମଧ୍ଯ କରିବେ ନାହିଁ ସମର୍ଥନ । ବୋଧହୁଏ ସେ ଏକ ଖୋଲା ପ୍ରକ୍ରିୟାକୁ ସମର୍ଥନ କରିବେ, ଯାହା ଅନ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ଖୋଲିବ ବାଟ । ତେବେ ଅନେକ ଗଣମାଧ୍ୟମ ରିପୋର୍ଟରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଉପରାଷ୍ଟ୍ରପତି କମଲା ହାରିସ୍‌ ନିର୍ବାଚିତ ହୋଇପାରନ୍ତି ବୋଲି ହେଉଛି ଚର୍ଚ୍ଚା ।ଅନ୍ୟପଟେ ସମ୍ପ୍ରତି ରାଷ୍ଟ୍ରପତିଙ୍କ ବିତର୍କରେ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନ୍‌ଙ୍କ ଠାରୁ ଭାରୀ ଥିବା ଦେଖିବାକୁ ମିଳିଥିଲା। ଯାହା ପରେ ବାଇଡେନ୍‌ଙ୍କ ସ୍ବାସ୍ଥ୍ୟ ଏବଂ ଖରାପ ପ୍ରଦର୍ଶନ ବିଷୟରେ ଉଠିଥିଲା ପ୍ରଶ୍ନ।  ଅନ୍ୟପକ୍ଷରେ ବାଇଡେନ ନିର୍ବାଚନ ଲଢ଼ିଲେ ଆଉ ଜିତିପାରିବେନି ଜାଣି ଏଥିରୁ ଓହରି ଯାଉଥିବାର ମଧ୍ୟ ହେଉଛି ଚର୍ଚ୍ଚା।

What's Your Reaction?

like

dislike

love

funny

angry

sad

wow