ବିଶ୍ୱବ୍ୟାପୀ ଠପ୍ ହେଲା ମାଇକ୍ରୋସଫ୍ଟ ସର୍ଭର

ବିଶ୍ୱବ୍ୟାପୀ ଠପ୍ ହେଲା ମାଇକ୍ରୋସଫ୍ଟ ସର୍ଭର

 ମାଇକ୍ରୋସଫ୍ଟର ସର୍ଭର ଡାଉନ୍‌ ହେତୁ ଠପ୍‌ ହୋଇପଡିଛି ସମଗ୍ର ବିଶ୍ୱ । ଦିଲ୍ଲୀ ଏବଂ ମୁମ୍ବାଇ ସମେତ ବିଦେଶରେ ବିମାନ ସେବା ମଧ୍ୟ ହୋଇଛି ପ୍ରଭାବିତ। ଏହି ସମସ୍ୟା ପ୍ରଥମେ ଆମେରିକାର ଫ୍ରଣ୍ଟିଅର୍ ଏୟାରଲାଇନ୍ସ ସହିତ ଘଟିଥିଲା ​​ଏବଂ ଧୀରେ ଧୀରେ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି  ।ସର୍ବଶେଷ ସୂଚନା ଅନୁଯାୟୀ, ଏହାର ଭୁଲକୁ ସ୍ୱୀକାର କରିଛି ମାଇକ୍ରୋସଫ୍ଟ-ଅନୁବନ୍ଧିତ ସାଇବର ସିକ୍ୟୁରିଟି ଫାର୍ମ କ୍ଲାଉଡ୍ ଷ୍ଟ୍ରାଇକ୍  । ଯେଉଁଥିରେ କୁହାଯାଇଛି ଯେ କ୍ଲାଉଡ୍ ଷ୍ଟ୍ରାଇକ୍କୁ ଏକ ଆଣ୍ଟି-ଭାଇରସ୍ ଅପଡେଟ୍ କରିବାକୁ ପଡିବ । ଯାହା କମ୍ପାନୀ ଠିକ୍ ସମୟରେ କରିପାରିବ ନାହିଁ । ଯେଉଁ କାରଣରୁ ଏହି ସମସ୍ୟାର ସାମନା କରିଛି ବିଶ୍ୱ  ।ଅନେକ ଦେଶରେ ବିମାନ ସେବା, ହାସପାତାଳ,ବ୍ୟାଙ୍କି ସେବା, ସପିଂ ମଲ, ଷ୍ଟକ୍ ଏକ୍ସଚେଞ୍ଜ, ରେଳ ସେବା, ପ୍ରସାରଣ ସେବା ଇତ୍ୟାଦି ସହିତ ଅନେକ ପ୍ରକାରର ଜରୁରୀକାଳୀନ ସେବା ହୋଇଛି ଗୁରୁତର ପ୍ରଭାବିତ ।ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ବ୍ୟାପକ ସମସ୍ୟା ସୃଷ୍ଟି ହେବାର ରହିଛି ଆଶଙ୍କା ।