ବ୍ରିଟେନରେ ହେଉଛି ସାଧାରଣ ନିର୍ବାଚନ

Jul 4, 2024 - 15:07
 0  5
 ବ୍ରିଟେନରେ ହେଉଛି ସାଧାରଣ ନିର୍ବାଚନ

ଆଜି ବ୍ରିଟେନରେ ହେଉଛି ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କଞ୍ଜର୍‌ଭେଟିଭ୍‌ ପାର୍ଟି ଏବଂ ବିରୋଧୀ ଲେବର ପାର୍ଟି ମଧ୍ୟରେ ହେବ ବୋଲି କରାଯାଉଛି ଆଶା । ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ବେକ୍ଷଣରେ ଲେବର ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିବାକୁ କରୁଛି ଦାବି । କଞ୍ଜର୍‌ଭେଟିଭ୍‌ ପାର୍ଟି ଋଷି ସୁନକଙ୍କ ନେତୃତ୍ୱରେ ଏବଂ ଲେବର ପାର୍ଟି ନେତୃତ୍ୱ ନେଉଛନ୍ତି କିର ଷ୍ଟାର୍ମର । ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଦୌଡ଼ରେ ଅଛନ୍ତି କଞ୍ଜର୍‌ଭେଟିଭ୍‌ ପାର୍ଟି ନେତା ଋଷି ସୁନକ। ତେବେ ଏପର୍ଯ୍ୟନ୍ତ ଦେଖାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ, ବ୍ରିଟେନରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଦାବି କରୁଛନ୍ତି ଋଷି ସୁନକ, କିନ୍ତୁ ଅନେକ ପ୍ରତିଶ୍ରୁତି ପାଳନ କରୁ ନ ଥିବା ହୋଇଛି ଅଭିଯୋଗ । ପ୍ରତିଶ୍ରୁତ ପାଳନ ନ କରିବାରୁ ତାଙ୍କ ବିରୋଧରେ ରହିଛି ଲୋକଙ୍କ ଅସନ୍ତୋଷ। ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ଏସୀୟ ଏବଂ ହିନ୍ଦୁ ପ୍ରଧାନମନ୍ତ୍ରୀ। ତେବେ ଏଥର ନିର୍ବାଚନ ସୁନକଙ୍କ ପାଇଁ ହେବ ଅଗ୍ନିପରୀକ୍ଷା ସଦୃଶ ।

What's Your Reaction?

like

dislike

love

funny

angry

sad

wow