୮ ତାରିଖରେ ଖୋଲିବନାହିଁ ରତ୍ନଭଣ୍ଡାର

Jul 4, 2024 - 15:38
 0  5
୮ ତାରିଖରେ ଖୋଲିବନାହିଁ ରତ୍ନଭଣ୍ଡାର

ଆସନ୍ତା ୮ ତାରିଖରେ ଖୋଲିବନାହିଁ ରତ୍ନଭଣ୍ଡାର । ସେଦିନ ରଥଯାତ୍ରା ଥିବାରୁ ରତ୍ନଭଣ୍ଡାର ଖୋଲିବାର ନାହିଁ ସମ୍ଭାବନା  । ଭୁବନେଶ୍ବରରେ ପହଞ୍ଚିବା ପରେ ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆସନ୍ତାକାଲି ତାଙ୍କ ଅଧ୍ଯକ୍ଷତାରେ ବସିବ  ରତ୍ନଭଣ୍ଡାର କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକରେ ରତ୍ନଭଣ୍ଡାର ଖୋଲାଗଲେ ଗଣତି ବ୍ଯବସ୍ଥା ସମ୍ପର୍କରେ ହେବ ଆଲୋଚନା  । ରାଜ୍ଯ ସରକାର ଯେବେ ଅନୁମତି ଦେବେ ସେବେଠୁ ରତ୍ନଭଣ୍ଡାର କାମ ଆରମ୍ଭ ହେବ । ତେବେ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଏହି ସମୟରେ ମଧ୍ଯରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବା ନେଇ ହେଉଛି ଚର୍ଚ୍ଚା।

What's Your Reaction?

like

dislike

love

funny

angry

sad

wow