ସଂସଦରେ ହଙ୍ଗମା କରି ପାରିବେନି ବିରୋଧୀ

Jul 4, 2024 - 15:39
 0  3
ସଂସଦରେ ହଙ୍ଗମା କରି ପାରିବେନି ବିରୋଧୀ

ଆଉ ସଂସଦରେ ହଙ୍ଗମା କରି ପାରିବେନି ବିରୋଧୀ। ଶପଥ ନିୟମରେ ବଡ଼ ସଂଶୋଧନ କରିଛନ୍ତି ଲୋକ ସଭା ବାଚସ୍ପତି ଓମ ବିର୍ଲା। ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ ବେଳେ ଦେଇ ପାରିବେ ନାହିଁ କୌଣସି ନାରାବାଜି।ଅଷ୍ଟାଦଶ ଲୋକସଭା ଅଧିବେଶ ଆରମ୍ଭରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବା ସମୟରେ ଏଆଇଏମ୍‌ଆଇଏମ୍‌ ମୂଖ୍ୟ ଅସଦ୍ଦୁଦିନ ଓଓ୍ୱେସୀ ସଂସଦର ସଦସ୍ୟତା ଗ୍ରହଣ ପରେ ଜୟ ଭୀମ, ଜୟ ମିନ୍‌, ଜୟ ତେଲେଙ୍ଗାନା ଓ ଶେଷରେ ଜୟ ଫାଲେଷ୍ଟାଇନ୍‌ ନାରା ଦେଇଥିଲେ,ଯାହାକୁ ନେଇ ଉପୁଜିଥିଲା ବିବାଦ। ଓଓ୍ୱେସୀଙ୍କ ବ୍ୟତୀତ ଅନ୍ୟ କିଛି ସାଂସଦମାନେ ମଧ୍ୟ ଶପଥ ଗ୍ରହଣ ବେଳେ ଓ ପରେ ଦେଇଥିଲେ ନାରାବାଜୀ। ଏହା ପରେ ବିବାଦ ଉପୁଜିବାରୁ ସାଂସଦଙ୍କ ଶପଥ ଗ୍ରହଣ ନିୟମକୁ ପରିବର୍ତ୍ତନ କରି ଏହାକୁ ଅଧିକ କଠୋର କରିଛନ୍ତି ବାଚସ୍ପତି ଓମ୍‌ ବିର୍ଲା।ନୂଆ ନିୟମ ମୁତାବକ, ଭବିଷ୍ୟତରେ ନବନିର୍ବାଚିତ ସାଂସଦଙ୍କୁ ସମ୍ବିଧାନ ଅନ୍ତର୍ଗତ ନିୟମ ଅନୁସାରେ ହିଁ ଶପଥ ନେବାକୁ ପଡିବ। ସେମାନେ ସଂସଦରେ ଶପଥ ନେବା ସମୟରେ କରିପାରିବେ ନାହିଁ କୌଣସି ସ୍ଲୋଗାନ୍‌ କମ୍ବା ନାରାବାଜି। ସେମାନଙ୍କ ଶପଥରେ ଅନ୍ୟ କୌଣସି ଅସଂସଦୀୟ ଶବ୍ଦ ମଧ୍ଯ ଯୋଡି ପାରିବେ ନାହିଁ।

What's Your Reaction?

like

dislike

love

funny

angry

sad

wow