ଦେଶରେ ଆଉ ୨ ଏଚ୍ଏମ୍ପିଭି ପଜିଟିଭ୍ ଚିହ୍ନଟ
ଦେଶରେ କାୟା ବିସ୍ତାର କରୁଛି ହ୍ୟୁମନ ମେଟାନ୍ୟୁମୋ ଭୂତାଣୁ ତଥା ଏଚ୍ଏମ୍ପିଭି।କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରର ନାଗପୁରରେ ଚିହ୍ନଟ ହୋଇଛନ୍ତି ଆଉ ୨ ପଜିଟିଭ୍ । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ଶିଶୁ ବୋଲି ମିଳିଛି ସୂଚନା । ଉଭୟ ଜ୍ବର ଏବଂ କାଶରେ ଅଛନ୍ତି ପୀଡିତ । ଏହାପରେ ଏଚ୍ଏମ୍ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର।ଏଣେ ଓଡିଶାରେ ଏଚ୍ଏମ୍ପିଭି ଭୂତାଣୁକୁ ନେଇ ସର୍ତକ ରବିବା ସହ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
What's Your Reaction?