ପୁଣି ଅସୁସ୍ଥ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ
ପୁଣିଥରେ ଅସୁସ୍ଥ ହୋଇପଡିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ । ତାଙ୍କୁ ମଥୁରା ଆପୋଲୋ ହାସପାତାଳରେ କରାଯାଇଛି ଭର୍ତ୍ତି । ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ବାବଧାନରେ ଆଡ଼ଭାନୀଙ୍କ କରାଯାଉଛି ଚିକିତ୍ସା ।ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମିଳିଛି ସୂଚନା। ଏହାପୂର୍ବରୁ ମଧ୍ୟ ଗତ ୨୬ ତାରିଖ ଦିନ ଆଡ଼ଭାନୀଙ୍କୁ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦିଲ୍ଲୀ ଏମ୍ସରେ କରାଯାଇଥିଲା ଭର୍ତ୍ତି।
Jangyaseni Parida