ଭୋଟ ଗଣତି ପୂର୍ବରୁ କଂଗ୍ରେସର ମେଗା ରଣନୀତି

ଭୋଟ ଗଣତି ପୂର୍ବରୁ କଂଗ୍ରେସର ମେଗା ରଣନୀତି

ଆସନ୍ତା ଜୁନ ୪ରେ ଭୋଟ୍ ଗଣତି। ତା ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଜାତୀୟ କଂଗ୍ରେସ। ଆଜି ଦିଲ୍ଲୀରେ ବସିଛି କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ। ଏଥିରେ  ସାମିଲ ହୋଇଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ସମେତ ବହୁ ହେଭିୱେଟ ନେତା।ଏହି ବୈଠକରେ ଭିସି ଜରିଆରେ ଲୋକସଭା ପ୍ରାର୍ଥୀ, ସିଏଲପି ନେତା ଓ ପିସିସି ସଭାପତିମାନଙ୍କ ସହ ଆଲୋଚନା ହୋଇଛି। ବୈଠକରେ ଏକଜିଟ ପୋଲ ଫଳାଫଳ, ସମ୍ଭାବ୍ଯ ସରକାର ଗଠନ, ଜାତୀୟ ରାଜନୈତିକ ସ୍ଥିତି, ବିଭିନ୍ନ ରାଜ୍ଯର ଫଳାଫଳକୁ ଦୃଷ୍ଟିରେ ରଖି କରାଯାଇଛି ଆଲୋଚନା