ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

Feb 18, 2025 - 13:36
 0  4
ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

ଜ୍ଞାନେଶ କୁମାରଙ୍କୁ ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବରେ ମିଳିଲା ନିଯୁକ୍ତି। ସେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ନେବେ ସ୍ଥାନ।କାଲି ଶପଥ ଗ୍ରହଣ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵାଧୀନ ଚୟନ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନାଁ ଉପରେ ବାଜିଛି ମୋହର। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର । ସେହିଭଳି ହରିୟାଣାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିବା ଡକ୍ଟର ବିବେକ ଯୋଶୀଙ୍କୁ ଏବେ ଭାରତୀୟ ନିର୍ବାଚନ କମିଶନର ଭାବରେ ମିଳିଛି ନିଯୁକ୍ତି ।ବିବେକ ହରିୟାଣା କ୍ୟାଡରର ୧୯୮୯ବ୍ୟାଚର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ, ଯାହାଙ୍କୁ ଗତ ବର୍ଷ ନଭେମ୍ବରରେ ହରିୟାଣାର ମୁଖ୍ୟ ସଚିବ ଭାବରେ ଦିଆଯାଇଥିଲା ଦାୟିତ୍ୱ । 

What's Your Reaction?

like

dislike

love

funny

angry

sad

wow