ପରଲୋକରେ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ

ପରଲୋକରେ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ

୮୭ ବର୍ଷ ବୟସରେ ଚଳଚିତ୍ର ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଚଳଚ୍ଚିତ୍ର ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ସେ ହାଇଦ୍ରାବାଦର ଏଆଇଜି ହାସପାତାଳରେ ହେଉଥିଲେ ଚିକିତ୍ସିତ। ତେବେ ତାଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ କରାଯାଇଥିଲା ସମ୍ମାନିତ  ।