ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ
ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଛୁଇଁବାର ରହିଛି ସମ୍ଭାବନା । ଗତକାଲିଠାରୁ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ହେଉଛି କାଳବୈଶାଖୀ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହୁଛି ପବନ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏଭଳି ସ୍ଥିତି । ଏହି କାଳବୈଶାଖୀ ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା ଓଡ଼ିଶାକୁ ମୌସୁମୀ ବାୟୁ ଆଣିବାରେ ହେବ ସହାୟକ । ଏପଟେ ଆଜିଠୁ ୦ ତାରିଖ ପର୍ଯ୍ୟନ୍ତ ଜଳିବ ପଶ୍ଚିମ ଓଡ଼ିଶା। ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ବଲାଙ୍ଗିର ଏବଂ ନୂଆପଡାକୁ ଜାରି କରାଯାଇଛି ହଳଦିଆ ସତର୍କତା। ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରେ ବି ଅନୁଭୂତ ହେବ ତାତି । ସେହିଭଳି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର।
What's Your Reaction?