ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ,ଗିରଫ ଦାବି

Jun 8, 2024 - 12:52
 0  4
ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ,ଗିରଫ ଦାବି

ଓଡ଼ିଆ ଅସ୍ମିତାକୁ ନଷ୍ଟ କରିଥିବା ଏବଂ ଓଡ଼ିଶାରୁ ୫୦ ହଜାର କୋଟି ଲୁଟି ନେଇଥିବା ଅଭିଯୋଗରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ନିକଟରେ କରାଯାଇଛି ଅଭିଯୋଗ । ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି ପାଣ୍ଡିଆନ । ସେହିପରି ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ଆଳରେ ୪ ହଜାର ୨୦୦ କୋଟି ଟଙ୍କାର କରିଛନ୍ତି ହେରଫେର । ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦ୍ୱାର ଦ୍ୱାର ବୁଲି ଭିକ ମଗାଇ ୧୫୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକୁ ନେଇ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟରେ  ଲାଗିଛି ଆଘାତ। ତେଣୁ ପାଣ୍ଡିଆନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ 

What's Your Reaction?

like

dislike

love

funny

angry

sad

wow