ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବଡ ଦାୟିତ୍ୱ

May 5, 2026 - 16:29
 0  2
ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ବଡ ଦାୟିତ୍ୱ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଲା ବଡ ଦାୟିତ୍ୱ  । ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ କେନ୍ଦ୍ରୀୟ ସହ-ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେପି ସଂସଦୀୟ ବୋର୍ଡ । ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ୯ ତାରିଖରେ ଶପଥ ଗ୍ରହଣ ସମାରୋହ ହେବ । ଏହା ପୂର୍ବରୁ ବିଜେପି ବିଧାୟକ ଦଳର ମତାମତ ନେଇ ସେମାନଙ୍କ ନେତା ତଥା ମୁଖ୍ୟମନ୍ତ୍ରୀ ବାଛିବେ ଅମିତ ଶାହ ଏବଂ ମୋହନ ମାଝୀ । ସେପଟେ ଆସାମ ପାଇଁ ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କୁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଓ ସହ ପର୍ୟ୍ୟବେକ୍ଷକ ଦିଆଯାଇଛି ଦାୟିତ୍ୱ । 

What's Your Reaction?

like

dislike

love

funny

angry

sad

wow