ବିଜେଡି ଦଳକୁ ନବୀନଙ୍କ ଗୁରୁମନ୍ତ୍ର

May 7, 2026 - 12:40
 0  8
ବିଜେଡି ଦଳକୁ ନବୀନଙ୍କ ଗୁରୁମନ୍ତ୍ର

ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ ପଟ୍ଟନାୟକ । ଆମକୁ ୨୪ ବର୍ଷ କ୍ଷମତା ଦେଇଛନ୍ତି ଓଡିଶାବାସୀ । ଏବେ ମଧ୍ୟ ଆମେ ରାଜ୍ୟର ବଡ଼ ଦଳ। ଆମର ସଫଳତା ପାଇଁ ବିଜେଡିର ପ୍ରତି କର୍ମୀ ଗର୍ବ କରିବା ଉଚିତ। ଯାଜପୁର ଜିଲ୍ଲା କାର୍ୟ୍ୟକାରିଣୀରେ ଏମିତି କିଛି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତେ ଯେ, ଲୋକଙ୍କ ଭଲ ପାଇବା ହିଁ ଆମର ବଡ଼ ବଳ। ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି। ତେଣୁ ଦଳରେ ବିଶୃଙ୍ଖଳାର କୌଣସି ସ୍ଥାନ ନାହିଁ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଂଗଠନକୁ ଆହୁରି ମଜଭୁତ କରିବା ଓ ଲୋକଙ୍କ ସହ ରହିବା। ବିଜେପି ସରକାର ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଲଢ଼ିବାକୁ ହେବ। ଯୁବ, ଚାଷୀ ଓ ମିଛ ପ୍ରଚାର ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆସନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରତ୍ବ ଦେଇ ଏଇ ଲଢ଼େଇକୁ ଜୋରଦାର କରିବା। 

What's Your Reaction?

like

dislike

love

funny

angry

sad

wow