ଆପଣ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହନ୍ତି’, CJI ସୂର୍ଯ୍ୟକାନ୍ତଙ୍କୁ କୋର୍ଟରେ କାହିଁକି ଏମିତି କହିଲେ ଓକିଲ ?

Nov 16, 2026 - 15:56
ଆପଣ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହନ୍ତି’, CJI ସୂର୍ଯ୍ୟକାନ୍ତଙ୍କୁ କୋର୍ଟରେ କାହିଁକି ଏମିତି କହିଲେ ଓକିଲ ?

ସୁପ୍ରିମକୋର୍ଟରେ CJI ସୂର୍ଯ୍ୟକାନ୍ତଙ୍କୁ ଜଣେ ଓକିଲଙ୍କ କଡ଼ା ମନ୍ତବ୍ୟ, ଓକିଲଙ୍କ ଆଚରଣ ଯୋଗୁଁ ମ୍ୟୁଟ୍ ହେଲା ଅଦାଲତର କାର୍ଯ୍ୟଧାରା । ଦେଶର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ଜଣେ ଓକିଲ ସିଧାସଳଖ କହିଛନ୍ତି, ‘ଆପଣ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହନ୍ତି । ଆପଣଙ୍କ ମଧ୍ୟରେ ସଚ୍ଚୋଟତା ନାହିଁ ।’ 

ସୁପ୍ରିମକୋର୍ଟରେ ଆଜି ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ଜଣେ ଓକିଲ ସିଧାସଳଖ କହିଛନ୍ତି, ‘ଆପଣ ଏହି ଚୌକିରେ ବସିବାକୁ ଯୋଗ୍ୟ ନୁହନ୍ତି । ଆପଣଙ୍କ ମଧ୍ୟରେ ସଚ୍ଚୋଟତା ନାହିଁ ।’ ଓକିଲଙ୍କ ଏଭଳି ଆଚରଣକୁ ନେଇ କୋର୍ଟରେ କିଛି ସମୟ ପାଇଁ ଅସ୍ୱାଭାବିକ ସ୍ଥିତି ଉପୁଜିଥିଲା । ପରିସ୍ଥିତି ଅଧିକ ଅପ୍ରୀତିକର ହେବାରୁ ଅଦାଲତର କାର୍ଯ୍ୟଧାରାକୁ ମ୍ୟୁଟ୍ କରିବାକୁ ପଡ଼ିଥିଲା ।

ରିପୋର୍ଟ ଅନୁସାରେ, ସୋମବାର CJI ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ସମ୍ମୁଖରେ ଜଣେ ଓକିଲ ନିଜର ଏକ ଜରୁରୀ ମାମଲା ଉପସ୍ଥାପନ କରିବାକୁ ପହଞ୍ଚିଥିଲେ । ଏହି ସମୟରେ ସେ ନିଜ ମାମଲା ଉପସ୍ଥାପନ କରିବାର ଶୈଳୀ ପାଇଁ ଦୁଃଖପ୍ରକାଶ ମଧ୍ୟ କରିଥିଲେ । ତେବେ ଏହା ପରେ ତାଙ୍କ ଆଚରଣ ଏବଂ ମନ୍ତବ୍ୟକୁ ନେଇ କୋର୍ଟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ।

ଓକିଲ ଜଣକ ଖଣ୍ଡପୀଠଙ୍କୁ କହିଥିଲେ ଯେ, ନଭେମ୍ବର ୨ ତାରିଖରେ ସେ ଏହି ମାମଲା ସମ୍ପର୍କିତ ଆବେଦନ CJI ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । କିନ୍ତୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ କୌଣସି ଉତ୍ତର ମିଳିନଥିଲା । ତେଣୁ ସେ ବାଧ୍ୟ ହୋଇ କୋର୍ଟ ସମ୍ମୁଖକୁ ଆସିଥିବା କହିଥିଲେ ।

ଏହି ସମୟରେ ଖଣ୍ଡପୀଠରେ ଉପସ୍ଥିତ ବିଚାରପତି ଭି. ମୋହନା ଓକିଲଙ୍କୁ ଅଟକାଇ କହିଥିଲେ ଯେ, ଏଭଳି ଢଙ୍ଗରେ କୋର୍ଟରେ କୌଣସି ମାମଲା ଉପସ୍ଥାପନ କରାଯାଇପାରିବ ନାହିଁ। ଏହାର ଜବାବରେ ଓକିଲ କହିଥିଲେ, ଏହା ଏକ ଜରୁରୀ ମାମଲା ହୋଇଥିବାରୁ ସେ କୋର୍ଟକୁ ଆସିଛନ୍ତି । ପ୍ରଥମେ ସେ ନିଜର ଦୁଃଖପ୍ରକାଶ କରିବାକୁ ଚାହୁଁଥିବା କହିବା ସହ ଖଣ୍ଡପୀଠଙ୍କୁ ତାଙ୍କ ଆବେଦନର କାଗଜପତ୍ର ଦେଖିବାକୁ ଅନୁରୋଧ କରିଥିଲେ ।ତେବେ ଓକିଲଙ୍କ ଆଚରଣ ଏବଂ ଖଣ୍ଡପୀଠଙ୍କ ସହ ତାଙ୍କର ବିବାଦକୁ ନେଇ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ଶେଷରେ ଅଦାଲତରେ ଚାଲିଥିବା କାର୍ଯ୍ୟଧାରାକୁ ମ୍ୟୁଟ୍ କରାଯାଇଥିଲା । ସୁପ୍ରିମକୋର୍ଟରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । 

What's Your Reaction?

like

dislike

love

funny

angry

sad

wow