ପଞ୍ଚଭୂତରେ ବିଲିନ ହେଲେ ଭାରତ ଅମୂଲ୍ୟ ରତ୍ନ

ପଞ୍ଚଭୂତରେ ବିଲିନ ହେଲେ ଭାରତ ଅମୂଲ୍ୟ ରତ୍ନ ,ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପାର୍ଥିବ ଶରୀର। ମୁମ୍ବାଇର ୱର୍ଲିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସତ୍କାର ।ବୁଧବାର ବିଳମ୍ବିତ ରାତିରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଆଖି ବୁଜିଛନ୍ତି ରତନ ଟାଟା । ତାଙ୍କ ଦେହାନ୍ତ ଭାରତୀୟ ଶିଳ୍ପ ଜଗତକୁ ଦେଇଛି ବଡ଼ ଝଟକା । ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଟାଟା ଗ୍ରୁପର ଚେୟାରମ୍ୟାନ୍ ଭାବେ କରିଥିଲେ କାର୍ଯ୍ୟ । ରତନ ଟାଟା କେବଳ ଜଣେ ବ୍ୟବସାୟୀ ନୁହନ୍ତି, କିନ୍ତୁ ଜଣେ ସରଳ, ଦୟାଳୁ ଓ ଉଦାର ମଣିଷ । ସେ ଲୋକମାନଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣାର ଉତ୍ସ ମଧ୍ୟ ଥିଲେ । ତାଙ୍କ ପରଲୋକ ଦେଶକୁ ଆଣି ଦେଇଛି ଅପୂରଣୀୟ କ୍ଷତି । ରତନ ଟାଟାଙ୍କ ବିୟୋଗରେ ଖେଳିଯାଇଛି ଦେଶବ୍ୟାପୀ ଶୋକ । ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଆଜି ରତନ ଟାଟାଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି । ବୈଠକରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ। ଏଥିସହ ବୈଠକରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଛି, ଯେଉଁଥିରେ ରତନ ଟାଟାଙ୍କୁ ତାଙ୍କର ଉପଲବ୍ଧି ଉପରେ ଭାରତ ରତ୍ନରେ ସମ୍ମାନିତ କରାଯାଉ ବୋଲି କେନ୍ଦ୍ରକୁ କରାଯାଇଛି ଅନୁରୋଧ ।
What's Your Reaction?






