କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ନବୀନଙ୍କ ବଡ଼ ବୟାନ

କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ନବୀନଙ୍କ ବଡ଼ ବୟାନ

ଓଡିଶାରେ ବିଜେଡିର ପରାଜୟ ପରେ ଆଜି ଗଣମାଧ୍ୟମ ଆଗରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବା ପାଇଁ ବାରଂବାର ସୁଯୋଗ ଦେଇଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା।  ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ପରାଜୟକୁ ସାଦରତା ସହ ଗ୍ରହଣ କରୁଛୁ । ଏଥିସହ ପାଣ୍ଡିଆନଙ୍କୁ ନେଇ ନବୀନ କହିଛନ୍ତି ଯେ, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଧିକାରୀ ଭାବେ କାମ କରିବା ପରେ ଅବସର ନେଇ ସେ ବିଜେଡିରେ ମିଶିଥିଲେ।ପରେ ଦଳ ପାଇଁ ବହୁତ କାମ କରିଛନ୍ତି । ସେ କୌଣସି ପଦ ପଦବୀରେ ନାହାନ୍ତି କି ନିର୍ବାଚନ ଲଢ଼ି ନାହାନ୍ତି। ମୋ ଉତ୍ତରାଧିକାରୀ ମଧ୍ଯ ନୁହଁନ୍ତି ପାଣ୍ଡିଆନ  ।ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ।  ସ୍ବାସ୍ଥ୍ୟ, ଶିକ୍ଷା ,ମନ୍ଦିର ରୂପାନ୍ତରଣ ଏବଂ ବାତ୍ୟା ଓ କୋଭିଡ ସମୟରେ ଭଲ କାମ କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ