ପୁଣି ବଢ଼ିଲା ଡ୍ରପ୍ ଆଉଟ୍
ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍ ଆଉଟ୍। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ପାଠ ଛାଡ଼ିଛନ୍ତି ୯ମ ଓ ୧୦ମ ଶ୍ରେଣୀର ସବୁଠୁ ଅଧିକ ପିଲା। ନବମ ଓ ଦଶମ ଶ୍ରେଣୀରେ ଯଥାକ୍ରମେ ୧୨.୫ % ଝିଅ ଏବଂ ୧୭.୩ % ପୁଅ ପାଠ ଛାଡ଼ିଛନ୍ତି।ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨% ହୋଇଛନ୍ତି ଡ୍ରପ ଆଉଟ୍। ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ ପାଠପଢ଼ା ଛାଡ଼ିଛନ୍ତି ୦.୭% ପିଲା।
What's Your Reaction?