ମାଟ୍ରିକ୍ ପରୀକ୍ଷାର୍ଥୀ ଅନୁପସ୍ଥିତ ନେଇ ଚାଲିଛି ତର୍ଜମା
ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସ୍ବୀକାର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଅନୁପସ୍ଥିତ ନେଇ କରାଯାଉଛି ତର୍ଜମା । ସମସ୍ତେ ପରୀକ୍ଷା ଦେବା ପାଇଁ ସବୁ ବ୍ୟବସ୍ଥା କରିଛି ବିଭାଗ । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି ଅନେକ ପିଲା । ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି ସରକାର । କରାଯାଉଛି ଚାଇଲ୍ଡ ଟ୍ରାକିଂ ସର୍ବେକ୍ଷଣ । ଆସ ସ୍କୁଲ ଯିବା ଅଭିଯାନ ବି କରାଯାଉଛି । ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଆହୁରି ସଚେତନ କରାଇବାକୁ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
What's Your Reaction?