୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
୯୦ ଜଣ ଆଦିବାସୀ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ରହିଛି ସୁନ୍ଦରଗଡ଼।। ଜିଲ୍ଲାରେ ପଡିଛି ଏହାର ଆଂଶିକ ପ୍ରଭାବ। ଆଦିବାସୀ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାରେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ କୋଶଳ ସମାଜ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡାକରା।ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ସହ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି। କେବଳ ଜରୁରୀକାଳୀନ ସେବାକୁ ଦିଆଯିବ ବାଦ୍।
What's Your Reaction?