କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ : ଏସ୍‌ସିବିରେ ହୋଇଥିଲେ ଭର୍ତ୍ତି

Sep 4, 2026 - 14:35
 0  0
କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ : ଏସ୍‌ସିବିରେ ହୋଇଥିଲେ ଭର୍ତ୍ତି

କଟକର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ପରଲୋକ : ଏସ୍‌ସିବିରେ ହୋଇଥିଲେ ଭର୍ତ୍ତି 

କଟକର ପୂର୍ବତନ ମେୟର ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୋମେନ୍ଦ୍ର ଘୋଷଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ବିଜେଡିରୁ କଟକ ସହରର ଦ୍ଵିତୀୟ ମେୟର ଭାବେ ନିର୍ବାଚିତ ହୋଇ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଅକାଳ ବିୟୋଗରେ କଟକର ରାଜନୈତିକ ଓ ସାମାଜିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ଅସୁସ୍ଥ କାରଣରୁ  ୫ ଦିନ ହେବ ସେ ବଡ ମେଡିକାଲ ରେ ଭର୍ତି ହୋଇଥିଲ । ଆଜି ଭୋରରୁ  ମୃତ୍ୟୁ ବରଣ କରିଛନ୍ତି । ସୋମେନ୍ଦ୍ର ଘୋଷ କେବଳ କଟକର ମେୟର ନଥିଲେ। ସେ ଜଣେ ସୁନାମଧନ୍ୟ ଓକିଲ ଥିଲେ। ସୋମେନ୍ଦ୍ର ଘୋଷ ମେୟର ଥିବା ସମୟରେ କଟକ ରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ଆଜି ତାଙ୍କ ର ଦେହାନ୍ତ ପରେ ପୁରା କଟକ ତାଙ୍କୁ ଝୁରୁଛି। ଦିନ ୧୧ଟା ପରେ କଟକ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। 

ମେୟର ଭାବେ ତାଙ୍କର କାର୍ଯ୍ୟକାଳ ସମୟରେ କଟକ ସହରର ବିକାଶ ଓ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକୁ ସେ ଗୁରୁତ୍ୱ ଦେଇଥିଲେ। ସହରବାସୀଙ୍କ ସମସ୍ୟା ସହ ନିଜକୁ ଜଡ଼ି ରଖିଥିବା ସୋମେନ୍ଦ୍ର ଘୋଷଙ୍କୁ ଆଜି ହରାଇ କଟକବାସୀ ଗଭୀର ଶୋକରେ ଡୁବିଛନ୍ତି।

ତାଙ୍କ ପରଲୋକ ଖବର ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ଦଳର ନେତା, ସହଯୋଗୀ, ଶୁଭେଚ୍ଛୁ ଓ ସହରବାସୀ ତାଙ୍କର ଅବଦାନକୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।ଆଜି ଦିନ ୧୧ଟା ପରେ କଟକ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି।ସୋମେନ୍ଦ୍ର ଘୋଷ ଆଉ ନାହାନ୍ତି, କିନ୍ତୁ କଟକ ସହର ପାଇଁ ତାଙ୍କର ସେବା, ସଂଘର୍ଷ ଏବଂ ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଆଜି ଜଣେ ପୂର୍ବତନ ମେୟରଙ୍କୁ ନୁହେଁ, ବରଂ କଟକ ନିଜର ଜଣେ ପରିଚିତ ଓ ପ୍ରିୟ ମୁହଁକୁ ହରାଇଛି। ସୋମେନ୍ଦ୍ର ଘୋଷଙ୍କ ପରଲୋକରେ କଟକ ଆଜି ଶୋକାକୁଳ… ଆଉ ତାଙ୍କ ସ୍ମୃତିରେ ଝୁରୁଛି ସାରା ସିଲଭର ସିଟି।

What's Your Reaction?

like

dislike

love

funny

angry

sad

wow