ଆସନ୍ତା ୨୦ରେ ବନ୍ଦ ରହିବ ଔଷଧ ଦୋକାନ
ଆସନ୍ତା ୨୦ରେ ଓଡିଶାରେ ଖୋଲିବନି ଓøଷଧ ଦୋକାନ । ଅନ୍ଲାଇନ୍ରେ ଔଷଧ ବିକ୍ରିକୁ ବିରୋଧ କରି ସମସ୍ତ ଔଷଧ ଦୋକାନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ । ଡ୍ରଗ୍ସ ଆଣ୍ଡ୍ କସ୍ମେଟିକ୍ ନିୟମ ଅନୁଯାୟୀ ଅନ୍ଲାଇନ୍ରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ । କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍ଲାଇନ୍ରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତି ସୁଧୁରି ଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାନ୍ତି ସରକାର । ଯାହାଫଳରେ ଆମର ୩୦ ହଜାର ସଭ୍ୟଙ୍କ ବ୍ୟାପାରରେ ବ୍ୟାଘାତ ସୃଷ୍ଟି ହେଉଛି । ଅନେକ ଆପତ୍ତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବାକଥା ନୁହେଁ ବୋଲି ଅଭିଯୋଗ ଆଣି ଏହି ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ ।
What's Your Reaction?