ବାଂଲାଦେଶୀଙ୍କ ପାଇଁ ଲାଗିବ ତାରବାଡ
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ ବିଏସଏଫ୍ ଅଧୀନରେ ରହିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ବୀମା ସମେତ ସମସ୍ତ କେନ୍ଦ୍ରୀୟ ଯୋଜନାରେ ସକ୍ରିୟ ଭାବରେ ସାମିଲ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ, ବିଶ୍ୱକର୍ମା, ବେଟି ବଚାଓ ବେଟି ପଢ଼ାଓ, ଏବଂ ଉଜ୍ଜ୍ୱଳା ବି ସାମିଲ ହେବ ।
What's Your Reaction?