ମହିଳାଙ୍କ ମୁଣ୍ଡ ଉପରେ ଚଢି଼ଗଲା ଇନୋଭା କାର୍
ରାଜଧାନୀ ଭୁବନେଶ୍ବରରେ ପୁଣି ଭୟଙ୍କର ସଡ଼କ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢି଼ଗଲା ଏକ ଇନୋଭା କାର୍ । ଭୁବନେଶ୍ୱର ଅଦାଲତ ସମ୍ମୁଖରେ ହୋଇଛି ଏହି ଦୁର୍ଘଟଣା । ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହାସପାତାଳରେ କରାଯାଇଛି ଭର୍ତ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି କାରଟି ।କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ କରୁଛି ପୋଲିସ ।
What's Your Reaction?