ବିଶ୍ବର ସବୁଠୁ ବଡ଼ ନିଶା ମାଫିଆ ଏଲ ମେଞ୍ଚୋକୁ ଏନକାଉଣ୍ଟର

Feb 23, 2026 - 16:59
 0  2
ବିଶ୍ବର ସବୁଠୁ ବଡ଼ ନିଶା ମାଫିଆ ଏଲ ମେଞ୍ଚୋକୁ ଏନକାଉଣ୍ଟର

ମେକ୍ସିକୋ ସେନା ଅଭିଯାନରେ ପ୍ରାଣ ହରାଇଛି ବିଶ୍ୱର ସବୁଠୁ କୁଖ୍ୟାତ ଏବଂ ମୋଷ୍ଟ୍ ଓ୍ୱାଣ୍ଟେଡ୍ ନିଶା କାରବାରୀ ନେମୋସିୟୋ ରୁବନ୍ ଓସେଗୁଏରା ସର୍ବେଟେସ୍ । ସେ ସ୍ଥାନୀୟ ଅଞ୍ଚଳରେ ଏଲ୍ ମେଞ୍ଚୋ ନାଁରେ କରିଥିଲା  କୁଖ୍ୟାତି ଅର୍ଜନ ।ମେକ୍ସିକୋର ବଡ଼ ନିଶା କାରବାର ସଂଗଠନ ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ CJNGର ନେତା ଥିଲା ଏଲ୍ ମେଞ୍ଚୋ। ଆମେରିକା ଏଲ ମେଞ୍ଚୋକୁ ବିଶ୍ୱର ସବୁଠାରୁ ବିପଦଜନକ ଡ୍ରଗ୍ସ ମାଫିଆ ଭାବରେ ତାଲିକାଭୁକ୍ତ କରିବା ସହ ତାକୁ ଧରାଇଦେବାକୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି କରିଥିଲା ଘୋଷଣା । ମେକ୍ସିକୋ ମଧ୍ୟ ୨୦୧୮ରେ ଘୋଷଣା କରିଥିଲା  ୧.୭ ନିୟୁତ ଡଲାର ପୁରସ୍କାର।ତେବେ ଏଲ୍ ମେନଚୋଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ CJNG ସଦସ୍ୟମାନେ କରିଥିଲେ ପ୍ରତିବାଦ ।  

What's Your Reaction?

like

dislike

love

funny

angry

sad

wow