ରାତିରୁ ଜଳୁଛି ସୁପର ମାର୍ଟ

Feb 24, 2026 - 11:47
 0  0
 ରାତିରୁ ଜଳୁଛି ସୁପର ମାର୍ଟ

ଭୁବନେଶ୍ବର ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସ୍ଥିତି ବର୍ତ୍ତମାନ ଏଭଳି ହୋଇଛି ଯେ କୋଠାର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ। ।ସୂଚନା ଅନୁଯାୟୀ, ସୋମବାର ରାତି ସାଢେ ୧୦ଟାରୁ ଏଯାଏ ହୁତୁହୁତୁ ହୋଇ ଜଳୁଛି ସୁପରମାର୍ଟ। ନିଆଁ ଲିଭାଇବା କାମରେ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ଥିବାବେଳେ  ଲାଗିଛି ୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ। ନିଆଁ ବ୍ୟାପିବାର ଆଶଙ୍କା ରହିଥିବା କାରଣରୁ ସ୍ଥାନୀୟ ଭୟଭୀତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ  ।ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କରାଯାଉଛି ସନ୍ଦେହ ।

What's Your Reaction?

like

dislike

love

funny

angry

sad

wow