୧୨ ଘଣ୍ଟିଆ ନୟାଗଡ ସହର ବଜାର ବନ୍ଦ
ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ସକାଳ ୬ରୁ ବନ୍ଦ ହୋଇଛି ନୟାଗଡ଼ ଜିଲା ସଦର ମହକୁମା। ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଦିଆଯାଇଥିବା ଡାକରାରେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଆଯାଇଛି ନିଷ୍ପତ୍ତି। ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଦୋକାନ ବଜାର।ଦଶମ ଓ ଯୁକ୍ତ ୨ ପରୀକ୍ଷା ଚାଲିଥିବାରୁ ବନ୍ଦ୍ କରାଯାଇ ନାହିଁ ଯାନବାହନ ଚଳାଚଳ ।ନୟାଗଡ ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ କରିବାକୁ ଦୀର୍ଘଦିନ ହେଲା ବହୁ ସଂଗଠନ ଦାବି କରିଆସୁଥିବାବେଳେ ବଜେଟରେ ନୟାଗଡ ପାଇଁ ହୋମିଓପାଥିକ କଲେଜ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ସରକାର । ସରକାରଙ୍କ ନିଷ୍ପତ୍ତିକୁ ଜନସାଧାରଣ ଗ୍ରହଣ କରିଥିଲେ ମଧ୍ଯ ନୟାଗଡରେ ଭେଷଜ ମହାବିଦ୍ୟାଳୟ ଖୋଲିବାକୁ କରିଛନ୍ତି ଦାବି ।
What's Your Reaction?