ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଭୟ
ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଭୟ। କେଉଁ ମୁହୂର୍ତ୍ତରେ ଇରାନ ଉପରେ ହୋଇପାରେ ପ୍ରଚଣ୍ଡ ଆକ୍ରମଣ। ଏଭଳି ସ୍ଥିତିରେ ଅଜଣା ନମ୍ବରରୁ ଆଜି ଇରାନବାସୀଙ୍କୁ ମିଳିଛି ଧମକପୂର୍ଣ୍ଣ ବାର୍ତ୍ତା। ଏଥିରେ କୁହାଯାଇଛି ଯେ, ଆମେରିକା ରାଷ୍ଟ୍ରପତି ଆକ୍ସନ ନେବାର ବ୍ୟକ୍ତି, ଅପେକ୍ଷା କର ଆଉ ଦେଖ କ’ଣ ଘଟୁଛି ।’ ଏହି ଧମକ ବାର୍ତ୍ତାକୁ ନେଇ ଇରାନରେ ସୃଷ୍ଟି ହୋଇଛି ହଇଚଇ ।ବାର୍ତ୍ତାଟି ଫରାସୀ ଭାଷାରେ ଲେଖାଯାଇଥିବାବେଳେ ଜାତୀୟ ଗଣମାଧ୍ୟମରେ ଏହି ବାର୍ତ୍ତାକୁ ଦିନତମାମ ପ୍ରସାରଣ କରାଯିବା ଫଳରେ ଖେଳିଯାଇଛି ଆତଙ୍କ । ତେବେ କିଏ ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଇଛି, ତାହା ଜଣାପଡ଼ି ନାହିଁ । ସମ୍ଭବତଃ ଏହା ଆମେରିକାର କାର୍ଯ୍ୟ ବୋଲି କରାଯାଉଛି ଅନୁମାନ ।
What's Your Reaction?