ଅପମିଶ୍ରିତ ଘିଅରେ ପ୍ରସ୍ତୁତ ଶ୍ରୀ ବଳଦେବଜୀଉଙ୍କ ପ୍ରସାଦ

Oct 5, 2024 - 12:11
 0  2
ଅପମିଶ୍ରିତ ଘିଅରେ ପ୍ରସ୍ତୁତ ଶ୍ରୀ ବଳଦେବଜୀଉଙ୍କ ପ୍ରସାଦ

ଅପମିଶ୍ରିତ ଘିଅରେ ପ୍ରସ୍ତୁତ ହେଉଛି  ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିତ୍ୟ ଭୋଗ । ସୂଚନା ଅନୁଯାୟୀ, ଗୁରୁବାର ଦିନ ଦ୍ଵିପ୍ରହର ଧୂପ ପାଇଁ ପ୍ରସ୍ତୁତ ପ୍ରସାଦରେ ବ୍ୟବହାର ହୋଇଥିବା ଘିଅରୁ ଦୁର୍ଗନ୍ଧ ବାହାରିଥିବା ନେଇ ଦେବୋତ୍ତର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ସେବାୟତ ନୃସିଂହ ପ୍ରସାଦ ପତ୍ରି। l କେବଳ ସେତିକି ନୁହେଁ ଓମଫେଡ ଘିଅ ଟିଣରେ ଉତ୍ପାଦନ ଓ ସମାପ୍ତି ତାରିଖ ମଧ୍ୟ ଲେଖା ନଥିବା ଜଣାପଡ଼ିଥିଲା l ଏ ନେଇ ଅଭିଯୋଗ କରାଯିବା ପରେ ତୁରନ୍ତ ମହଜୁଦ ଥିବା ଘିଅ ଫେରାଇ ନେଇଥିଲେ ମନ୍ଦିର କର୍ତ୍ତୃପକ୍ଷ l  ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ଏଥିସହ ଘିଅର ମାନକୁ ନେଇ ଆରମ୍ଭ ହୋଇଛି ତଦନ୍ତ ।

What's Your Reaction?

like

dislike

love

funny

angry

sad

wow