ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ

Oct 5, 2024 - 12:19
 0  4
ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ

ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ ।ଏଥର  ଦୁଇଟି ପର୍ୟ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା।  ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏଁ ହେବ ଇଣ୍ଟରନାଲ ପରୀକ୍ଷା । ଏହାପରେ ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ । ଅନ୍ୟପଟେ ଫେବ୍ରୁଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ହେବ ମୂଖ୍ୟ ପରୀକ୍ଷା । ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ସମସ୍ତ ଷ୍ଟ୍ରିମର ଫଳାଫଳ। ତେବେ ବର୍ତ୍ତମାନ ଫର୍ମ ପୂରଣ ଚାଲିଛି, ତେଣୁ ଯେଉଁମାନେ ଫର୍ମ ପୂରଣ କରିନାହାନ୍ତି, ସେମାନେ ଫାଇନ ତାରିଖରେ କରିବେ । ସେହିପରି ୭୫% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ।

What's Your Reaction?

like

dislike

love

funny

angry

sad

wow