ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ
ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ କଡ଼ା ଚେତାବନୀ ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।ସେ କହିଛନ୍ତି ଯେ,ବହୁତ ହୋଇଗଲା,ଆଉ କରାଯିବନି ବରଦାସ୍ତ। ମାର୍ଚ୍ଚ ପର୍ଯ୍ୟନ୍ତ ଇସ୍କନକୁ ଦିଆଯାଇଛି ସମୟ। ଅଦିନିଆ ରଥଯାତ୍ରା ଶ୍ରୀମନ୍ଦିର ପରମ୍ପରାକୁ କରୁଛି ଉଲ୍ଲଂଘନ।ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍ ନୁହେଁ। ଏହି ଅଦିନିଆ ରଥଯାତ୍ରା ବନ୍ଦ ନକଲେ ଆଇନଗତ ବିକଳ୍ପ ନେଇ ବିଚାର କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।ସେ ଆହୁରି ମଧ୍ୟ କହିଛନ୍ତି ଯେ,ଅନ୍ୟ ଧର୍ମରେ ହୋଇଥିଲେ ଏହାକୁ ସହ୍ୟ କରିନଥାନ୍ତେ। ମାର୍ଚ୍ଚ ମାସ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାର୍ଚ୍ଚରେ ବସିବ ଇସ୍କନର ପରିଚାଳନା କମିଟି ବୈଠକ, ବୈଠକରେ ଯଦି ମାନିଯିବେ, ଭଲ କଥା। ନହେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ।
What's Your Reaction?