ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଚାଲିଛି କଡ଼ା ଟକ୍କର
ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡେମୋକ୍ରାଟ କମଳା ହାରିସ ଓ ରିପବ୍ଲିକାନ ପାର୍ଟିର ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଭାରି ରହିଛି ଟ୍ରମ୍ପଙ୍କ ପଲ୍ଲା। ବର୍ତ୍ତମାନ ସୁଦ୍ଧା ନିଜର ମତଦାନ ସାବ୍ୟସ୍ତ କଲେଣି ପ୍ରାୟ ୮ କୋଟି ଭୋଟର୍। ଇଲେକ୍ଟୋରାଲ କଲେଜ ସଂଖ୍ୟା ୫୩୮ ହୋଇଥିବାବେଳେ ମ୍ୟାଜିକ ନମ୍ଵର ହେଉଛି ୨୭୦। ଆମେରିକାର ନିର୍ବାଚନ ଉପରେ ରହିଛି ସାରା ବିଶ୍ଵର ନଜର । କାରଣ ଯିଏ ଜିତିବ, ସେହି ଅନୁସାରେ ପ୍ରସ୍ତୁତ ହେବ ଆମେରିକାର ଶାସନ ଓ ନୀତି।
What's Your Reaction?