ସର୍ବୋଚ୍ଚଅଦାଲତଙ୍କ ବଡ଼ ରାୟ,ସବୁ ଘରୋଇ ସମ୍ପତିର ଅଧିଗ୍ରହଣ କରିପାରିବେ ନାହିଁ ସରକାର

ସର୍ବୋଚ୍ଚଅଦାଲତଙ୍କ ବଡ଼ ରାୟ,ସବୁ ଘରୋଇ ସମ୍ପତିର ଅଧିଗ୍ରହଣ କରିପାରିବେ ନାହିଁ ସରକାର

କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର ।ଆଜି ଏଭଳି  ଐତିହାସିକ ରାୟ ଶୁଣାଇଛନ୍ତି ସର୍ବୋଚ୍ଚଅଦାଲତଙ୍କ ୯ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ । ବ୍ୟକ୍ତିଗତ ସମ୍ପତ୍ତି ସହ ଜଡ଼ିତ ୧୬ଟି ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଅଦାଲତ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ମୁମ୍ବାଇର ସମ୍ପତ୍ତି ମାଲିକମାନଙ୍କର ଆବେଦନ । ଏହି ମାମଲା ୧୯୮୬ରେ ମହାରାଷ୍ଟ୍ରରେ ହୋଇଥିବା ଆଇନ ସଂଶୋଧନ ସହ ଜଡ଼ିତ । ଏଥିରେ ସରକାରଙ୍କୁ ମିଳିଥିଲା ଘରୋଇ କୋଠାର ମରାମତି ଏବଂ ସୁରକ୍ଷା ପାଇଁ ନିଜ କବଜାକୁ ନେବାର ଅଧିକାର ।ତେବେ ୯ ଜଣିଆ ଖଣ୍ଡପୀଠରେ ସିଜେଆଇ ବହୁମତରେ ନିଷ୍ପତ୍ତି ଶୁଣାଇ ଜଷ୍ଟିସ୍ କୃଷ୍ଣା ଅୟରଙ୍କ ପୂର୍ବ ରାୟକୁ କରିଦେଇଛନ୍ତି ଖାରଜ , ଯେଉଁଥିରେ କୁହାଯାଇଥିଲା କି, ସମସ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ରାଜ୍ୟ ଦ୍ୱାରା କରାଯାଇପାରିବ ଅଧିଗ୍ରହଣ  ।