ତୃତୀୟ ଦିନରେ ବିଧାନସଭା! ଚାଲିବ ଗୃହ ନା ପୁଣି ହଙ୍ଗାମାରେ ହେବ ଅଚଳ?
ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଦୁଇ ଦିନ ଧରି ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ଭାବେ ଚାଲିବ କି ଗୃହକାର୍ଯ୍ୟ, ନା ପୁଣି ହଙ୍ଗାମାରେ ଅଚଳ ହେବ ବିଧାନସଭା ତା’ ଉପରେ ରହିଛି ସମସ୍ତଙ୍କ ନଜର ।
ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଦୁଇ ଦିନ ଧରି ହଙ୍ଗାମା ଓ ଅଚଳାବସ୍ଥା ପରେ ଆଜି ସ୍ୱାଭାବିକ ଭାବେ ଚାଲିବ କି ଗୃହକାର୍ଯ୍ୟ, ନା ପୁଣି ହଙ୍ଗାମାରେ ଅଚଳ ହେବ ବିଧାନସଭା ତା’ ଉପରେ ରହିଛି ସମସ୍ତଙ୍କ ନଜର । ଏମଏମଡିଆର ପ୍ରସଙ୍ଗକୁ ନେଇ କଂଗ୍ରେସ ଗୃହ ଭିତରେ ହଲ୍ଲାବୋଲ କରୁଥିବା ବେଳେ, ବହିରେ ତ୍ରୁଟି ପ୍ରସଙ୍ଗକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧ ଜାରି ରଖିଛି ବିଜୁ ଜନତା ଦଳ। ଗୃହ ଭିତରେ ଓ ବାହାରେ ଉଭୟ ଦଳର ବିରୋଧ ଯୋଗୁଁ ପୂର୍ବ ଦୁଇ ଦିନ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା ।
ତେଣୁ ଆଜି ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହ ଚାଲିବ ନା ପୁଣି ଅଚଳାବସ୍ଥା ଲାଗି ରହିବ, ସେନେଇ ଉତ୍କଣ୍ଠା ରହିଛି । ସେପଟେ ଆଜିର ପ୍ରଶ୍ନକାଳରେ ରାଜସ୍ୱ, ପରିବହନ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଖଣି ଓ ଇସ୍ପାତ, ବାଣିଜ୍ୟ ଏବଂ ଯୋଜନା ଓ ସଂଯୋଜନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।
What's Your Reaction?