ନଇଁଲେ କେନିୟା ସରକାର

ନଇଁଲେ କେନିୟା ସରକାର

ଶେଷରେ ନଇଁଲେ ସରକାର। ଟିକସ ବୃଦ୍ଧି ବିଲ୍‌କୁ ନେଇ ଜୋରଦାର ବିକ୍ଷୋଭ ଓ ହିଂସାକାଣ୍ଡ ପରେ ନଇଁଛନ୍ତି କେନିୟା ସରକାର। ଏହି ବିଲ୍‌କୁ ପ୍ରତ୍ୟାହାର କରିବା ପାଇଁ ସେ କରିଛନ୍ତି ଘୋଷଣା।କେନିୟାରେ ଅଧିକ ଟ୍ୟାକ୍ସ ସଂଗ୍ରହ ପାଇଁ ନୂଆ ଟିକସ ବୃଦ୍ଧି ବିଲ୍‌ ଲାଗୁ କରିଥିଲେ ସରକାର। ତେବେ ଲୋକେ ଏହାକୁ ଜୋରଦାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଥିଲେ। ଏପରିକି ବିକ୍ଷୋଭକାରୀମାନେ ସଂସଦ ଗୃହରେ ପଶି ନିଆଁ ଲଗାଇ ଦେଇଥିଲେ। ଏହାପରେ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲା ପୁଲିସ। ଏଥିରେ ୨୨ ଜଣଙ୍କ ମୃତ୍ୟୁ ହେବା ପରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଥିଲା। ଏହାକୁ ନେଇ ଟିକସ ବୃଦ୍ଧି ବିଲ୍‌ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଓ୍ୱିଲିୟମ ରୁଟୋ।