ମଣ୍ଡିରେ ଦଲାଲି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଧାନ ମଣ୍ଡିରେ ଆଉ ଚଳିବନି ଦଲାଲ ରାଜ । ଯେଉଁମାନେ ଦଲାଲି କରିବେ ସେମାନଙ୍କ ଉପରେ ନିଆଯିବ ଦୃଢ଼ ପଦକ୍ଷେପ ।ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେଉଁ ଅଧିକାରୀ ଦଲାଲଙ୍କୁ ସହାୟତା କରିବେ, ତାଙ୍କ ଉପରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ନୂଆପଡ଼ାରେ ଦଲାଲ ମାନଙ୍କୁ ସହଯୋଗ କରୁଥିବା ଜଣେ ଅଧିକାରୀଙ୍କୁ ଗତକାଲି କରାଯାଇଛି ନିଲମ୍ବିତ । ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
What's Your Reaction?






