ଆନନ୍ଦବଜାରରେ ଲାଗୁ ହେବ ନୂଆ ପୋଷାକ ବ୍ୟବସ୍ଥା

Dec 19, 2024 - 13:34
 0  6
ଆନନ୍ଦବଜାରରେ ଲାଗୁ ହେବ ନୂଆ ପୋଷାକ ବ୍ୟବସ୍ଥା

ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗୁ ହେବ ନୂଆ ପୋଷାକ ବ୍ୟବସ୍ଥା । ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ଏଣିକି ୨୫ ତାରିଖ ଠାରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି କରିବେ ମହାପ୍ରସାଦ ବିକ୍ରି କିମ୍ବା ସହାୟତା । ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତି କ୍ରମେ ଆନନ୍ଦବଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିଛି ସୁଆର ମହାସୁଆର ନିଯୋଗ । ସେପଟେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ  ଗଠନ କରାଯାଇଛି ଏକ ଅନୁଧ୍ୟାନ କମିଟି। ତଦାରଖ ଓ ବିଶୃଙ୍ଖଳା ରୋକିବାକୁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଦିଆଯାଇଛି ନିଯୁକ୍ତି। ଏହାସହ ମହାପ୍ରସାଦ ବିକ୍ରି କରୁଥିବା ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି କରାଯାଇଛି ବାଧ୍ୟତାମୂଳକ । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ପ୍ରଦାନ କରାଯାଇଛି ଅନୁମତି  ।

What's Your Reaction?

like

dislike

love

funny

angry

sad

wow