ବଢିଲା ମୁଣ୍ଡପିଛା ଆୟ
ଗୃହରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ। ବର୍ତ୍ତମାନର ମୂଲ୍ୟରେ ଓଡିଶାର ଅର୍ଥନୀତିର ଆକାର ୨୦୨୫-୨୬ରେ ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି କରାଯାଇଛି ଆକଳନ । ଏହା ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ପାଇଛି ବୃଦ୍ଧି । ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ କରାଯାଇଛି ଆକଳନ , ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ । ଏହା ମଧ୍ୟ ସର୍ବଭାରତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭. ୪ ପ୍ରତିଶତ ଠାରୁ ଅଧିକ।
What's Your Reaction?