ସିକ୍କିମରେ କ୍ଷମତାକୁ ଫେରିଲା ଏସକେଏମ୍

ସିକ୍କିମରେ କ୍ଷମତାକୁ ଫେରିଲା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ତଥା ଏସକେଏମ୍। ଏଠାରେ କ୍ଲିନ୍ ସ୍ୱିପ୍ କରିଛି ଦଳ । ମୋଟ ୩୨ଟି ଆସନରୁ ୩୧ଟି ଆସନ ଦଖଲ କରିଛି ଏସକେଏମ୍। ସମସ୍ତଙ୍କୁ ପଛରେ ପକାଇ ପୁଣି ଥରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଇଛି ପ୍ରେମ ସିଂହ ତୋମାଙ୍ଗଙ୍କ ନେତୃତ୍ୱାଧୀନ ଦଳ। ସେହିପରି ଗୋଟିଏ ଆସନରେ ଜିତିଛି ଏସ୍ଡିଏଫ୍ । ସେପଟେ ଚଳିତ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ବିଜେପି, କଂଗ୍ରେସ ଓ ସିଟିଜନ ଆକ୍ସନା ପାର୍ଟି-ସିକ୍କିମ । ଏଠାରେଖାତା ଖୋଲି ପାରି ନାହାନ୍ତି ଏହି ତିନି ଦଳ ।ସେପଟେ ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ବଡ ବ୍ୟବଧାନରେ ଜିତିଥିବାରୁ ଏସ୍କେଏମ୍ର କର୍ମୀମାନେ ଆରମ୍ଭ କରିଦେଇଛନ୍ତି ଉତ୍ସବ ।
What's Your Reaction?






