ଓଡିଆ ଲେଖା ଜଣା ନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା

Jul 4, 2024 - 13:25
 0  2
ଓଡିଆ ଲେଖା ଜଣା ନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା

ଓଡିଆ ଲେଖା ଜଣା ନଥିବାରୁ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ଅଦାଲତ। ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତରୁ ଆସିଛି ଏଭଳି ଘଟଣା । ଗ୍ରାମ ପଞ୍ଚାୟତ ଅଧିନିୟମ ୧୧ବି ଅନୁସାରେ କନକଲତା ପାଲଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା ଅଦାଲତ।୨୦୨୨ ପଞ୍ଚାୟତ ନିର୍ବାଚନରେ ଚାନ୍ଦିପୁଟ ପଞ୍ଚାୟତରୁ ବିଜୟୀ ହୋଇଥିଲେ କନକଲତା । ସେ ପଢ଼ିବା ଜାଣିଥିବା ବେଳେ ଲେଖିବା ଜାଣି ନଥିଲେ।ଯାହାକୁ ନେଇ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ଲଳିତା ବଡ଼ ରଇତ ପ୍ରଥମେ ମୋହନା ନିର୍ବାଚନ ଅଧିକାରୀଙ୍କ ପାଖରେ କରିଥିଲେ ଅଭିଯୋଗ । କୌଣସି କାର୍ୟ୍ୟାନୁଷ୍ଠାନ ନ ହେବାରୁ ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ  ଦାଖଲ କରିଥିଲେ ଏକ ପିଟିସନ। ପରେ ମାମଲାର ଶୁଣାଣି କରି କନକଲତା ପାଲଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ପୁଣି ଥରେ ନିର୍ବାଚନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୋହନା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

What's Your Reaction?

like

dislike

love

funny

angry

sad

wow