ଟେବୁଲ ଫ୍ୟାନ ସର୍ଟସର୍କିଟରୁ ତହସିଲ କାର୍ଯ୍ୟାଳୟରେ ନିଆଁ,ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା କାନ୍ଥ
ଟେବୁଲ ଫ୍ୟାନ ସର୍ଟସର୍କିଟରୁ ତହସିଲ କାର୍ଯ୍ୟାଳୟରେ ନିଆଁ ଲାଗି ଫାଟିଗଲା ଗ୍ୟାସ ସିଲିଣ୍ଡର। ଫଳରେ ଉଡ଼ିଗଲା ଘରର କାନ୍ଥ। ଏଥିରେ ଆହତ ହୋଇଛନ୍ତି ତହସିଲ କାର୍ଯ୍ୟାଳୟ କିରାଣୀଙ୍କ ସହ ପରିବାର ଲୋକେ। ବିଳମ୍ବିତ ରାତିରେ ନୟାଗଡ଼ ଭାପୁର ତହସିଲ କାର୍ଯ୍ୟାଳୟରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁୟାୟୀ, ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଶୋଇଥିବା ସମୟରେ ଟେବୁଲ ଫ୍ୟାନ ସର୍ଟସର୍କିଟ ହେବା କାରଣରୁ ପ୍ରଥମେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡ ପରେ କୈଳାସ ପରିବାର ଲୋକଙ୍କୁ ନେଇ ବାହାରକୁ ବାହାରିବା ସମୟାରେ ଫାଟିଯାଇଥିଲା ଗ୍ୟାସ ସିଲିଣ୍ଡର। ଫଳରେ କୈଳାସଙ୍କ ସହ ତାଙ୍କ ସ୍ତ୍ରୀ ଓ ମା ଆହତ ହେବା ସହ ଲେଉଟିପଡିଥିଲା ଘରର କାନ୍ଥ। ଖବର ପାଇଁ ଭାପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ମିଳିଛି ସୂଚନା।
What's Your Reaction?