ସ୍ୱଦେଶ ଫେରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ କ୍ରିକେଟ୍ ଦଳ

ସ୍ୱଦେଶ ଫେରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ କ୍ରିକେଟ୍ ଦଳ

ଟି ୨୦ ବିଶ୍ୱକପ ଟ୍ରଫି ସହ ଆଜି ବାର୍ବାଡୋସରୁ ସ୍ୱଦେଶ ଫେରିଛନ୍ତି ଭାରତୀୟ କ୍ରିକେଟ୍ ଦଳ। ଗତ ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ହୋଇଥିଲା ବିଶ୍ବବିଜୟୀ  । ତେବେ ୱେଷ୍ଟଇଣ୍ଡିଜରେ ଘୂର୍ଣ୍ଣିଝଡ଼ର ତାଣ୍ଡବଲୀଳା ପାଇଁ ସେଠାରୁ ସ୍ବଦେଶ ଫେରି ପାରିନଥିଲେ ଭାରତୀୟ କ୍ରିକେଟର । ୩ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ଭାରତରୁ ଏକ ସ୍ବତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟ କ୍ରିକେଟରଙ୍କୁ ଆଣିବାକୁ ଯାଇଥିଲା ବାର୍ବାଡୋସ୍ । ବୁଧବାର ଦିନ ସ୍ବତନ୍ତ୍ର ବିମାନରେ ସେଠାରୁ ଯାତ୍ରା ଆରମ୍ଭ କରି ଆଜି ସମସ୍ତେ ଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରେ ଖେଳାଳିଙ୍କୁ ଦିଆଯାଇଛି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।ଏହାପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମୋଦୀଙ୍କୁ ସାକ୍ଷାତ ପରେ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛନ୍ତି ଖେଳାଳୀ  । ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପାଳନ କରାଯିବ ବିଜୟ ଉତ୍ସବ।  ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ବିଶ୍ୱକପ ଟ୍ରଫି ଦେବେ ଅଧିନାୟକ ରୋହିତ ଶର୍ମା ।