ଲୋକସେବା ଭବନର ତୃତୀୟ ମହଲାରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ଯମନ୍ତ୍ରୀ

Jul 4, 2024 - 12:46
 0  2
ଲୋକସେବା ଭବନର ତୃତୀୟ ମହଲାରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ଯମନ୍ତ୍ରୀ

ଆଜିଠାରୁ ଲୋକସେବା ଭବନର ତୃତୀୟ ମହଲାରେ ପ୍ରବେଶ କରି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ଯମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ କ୍ଯାବିନେଟ ମନ୍ତ୍ରୀଗଣ । ମୁଖ୍ଯମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ମୁଖ୍ଯ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ।ଲୋକସେବା ଭବନରେ ପ୍ରବେଶ କରିବା ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ, ଲୋକସେବା ଭବନରେ ବିଧିବଦ୍ଧ ଭାବେ ଆରମ୍ଭ କରିଛି  କାର୍ଯ୍ୟ। ରାଜ୍ଯର ଭୌତିକ ସହ ସାଂସ୍କୃତିକ ପ୍ରଗତିକୁ ଦିଆଯିବ ଗୁରୁତ୍ବ। ପୁନଃଗଠନ ହେବ ସାହିତ୍ଯ, କଳା, ସଂଗୀତ ଓ ଲଳିତକଳା ଏକାଡେମୀ। ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ପ୍ରସାରକୁ ଦିଆଯିବ ଗୁରୁତ୍ବ। ନିର୍ମାଣ କରାଯିବ ଅନୁବାଦ ଏକାଡେମୀ ଓ ଓଡ଼ିଆ ଅସ୍ମିତା ଭବନ ।ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କରାଯିବ କ୍ରିୟାଶୀଳ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ କମିଶନ ମଧ୍ଯ ହେବ ଗଠନ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର କରାଯିବ ବ୍ଯାପକ ବ୍ଯବହାର । ଆବଶ୍ଯକ ପଡ଼ିଲେ ଓଡ଼ିଆ ଭାଷା ଆଇନରେ ସଂଶୋଧନ ମଧ୍ଯ କରାଯିବ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ ।

What's Your Reaction?

like

dislike

love

funny

angry

sad

wow